Categories: ଜାତୀୟ

ମଣିପୁର ଫାଇଲ୍ସ ଫିଲ୍ମ ନିର୍ମାଣ ହେବା ଆବଶ୍ୟକ: ‘ସାମନା’ରେ ମୋଦିଙ୍କୁ ଟାର୍ଗେଟ…

ମୁମ୍ବାଇ,୨୨।୭ : ମଣିପୁରରେ ହିଂସାକୁ ନେଇ ଶିବସେନା (ୟୁବିଟି) କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରକୁ ସମାଲୋଚନା କରିଛି। ଶନିବାର ଶିବସେନା (ୟୁବିଟି) କହିଛି ମଣିପୁର ଫାଇଲ ନାମକ ଏକ ଫିଲ୍ମ ନିର୍ମାଣ କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ଟାର୍ଗେଟ କରି ଶିବସେନା ୟୁବିଟି ମୁଖପତ୍ର ‘ସାମନା’ର ସମ୍ପାଦକୀୟ ଉଲ୍ଲେଖ କରାଯାଇଛି ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଓ ଅତ୍ୟାଚାର କାଶ୍ମୀର ଅପେକ୍ଷା ଅଧିକ ଖରାପ।

ସୂଚନାଯୋଗ୍ୟ, ଏକ ଭିଡିଓ ଶୁଟିଂରେ ପ୍ରକାଶ ପାଇଥିଲା ମଣିପୁରର ବିବାଦୀୟ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଅନ୍ୟ ପାର୍ଶ୍ୱରୁ କିଛି ପୁରୁଷ ଉଲଗ୍ନ କରି ପ୍ୟାରେଡ କରି ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି। ଦଳ କହିଛି ଯଦି ସୁପ୍ରିମକୋର୍ଟ ଏହି ଘଟଣାର ଅବଗତ ନ ଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହି ନ ଥାନ୍ତେ।

‘ସାମନା’ କହିଛି ନିକଟ ଅତୀତରେ ‘ ଦ ତାକେସ୍କଣ୍ଟ ଫାଇଲ’, ‘ ଦ କେରଳ ଷ୍ଟୋରୀ’ ଏବଂ ’କାଶ୍ମୀର ଫାଇଲ୍ସ’ ଭଳି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏବେ ମଣିପୁର ହିଂସା ଉପରେ ଫିଲ୍ମ ନିର୍ମାଣ ହେବାର ସମୟ ଆସିଛି।

ଯଦି ରାଜ୍ୟରେ ଅଣ ଭାଜପା ସରକାର ଥାଆନ୍ତେ, ତେବେ ତାଙ୍କୁ ବରଖାସ୍ତ କରାଯାଇଥାନ୍ତା। ମଣିପୁର ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ସେଥିପାଇଁ ରାଜ୍ୟର ପରିସ୍ଥିତିକୁ ଅଣଦେଖା କରାଯାଉଛି। ମଣିପୁରରେ ୬୦,୦୦୦ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ତଥାପି ହିଂସା ଥମୁ ନାହିଁ। ଏହାର ଅର୍ଥ ହେଉଛି ପରିସ୍ଥିତି ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିୟନ୍ତ୍ରଣ ବାହାରକୁ ଯାଇଛି ।

Share