Categories: ଜାତୀୟ

ମଣିପୁରରେ ପୁଣି ଲଜ୍ଜା

ଇମ୍ଫାଲ,୧୦ା୮: ମଣିପୁରରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ମଣିପୁର ହିଂସା ବେଳେ ମେ’ ୩ତାରିଖରେ ଚୁରାଚାନ୍ଦପୁର ଅଞ୍ଚଳର ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ବିଷ୍ଣୁପୁର ମହିଳା ଥାନାରେ ଏତଲା ଦାଏର ହୋଇଛି। ଉତ୍ତ୍ୟକ୍ତ ଲୋକେ ମହିଳାଙ୍କ ଘର ଜାଳିଦେବାରୁ ସେ ତାଙ୍କ ଦୁଇ ପୁଅ, ଝିଆରି ଏବଂ ନଣନ୍ଦଙ୍କ ସହ ପଳାଇଯାଉଥିବା ବେଳେ ଗଣବଳାତ୍କାରର ଶିକାର ହୋଇଥିବା ଥାନାରେ ଅଭିଯୋଗ ହେଶଇଛି।

ଅଭିଯୋଗ ମୁତାବକ, ଦଳେ ଲୋକ ଗୋଡ଼ାଇବାରୁ ମହିଳା ଜଣକ ତଳେ ପଡ଼ିଯାଇଥିଲେ। ସେତିକିବେଳେ ନଣନ୍ଦ ତାଙ୍କ ଦୁଇ ପୁଅ ଓ ଝିଆରିଙ୍କୁ ନେଇ ପଳାଇଯାଇଥିଲେ ବୋଲି ମହିଳା ଜଣକ କହିଛନ୍ତି। ନିଜ ଓ ପରିବାରର ସମ୍ମାନ ବଞ୍ଚାଇବା ପାଇଁ ମହିଳା ଜଣକ ଦୀର୍ଘଦିନ ନୀରବ ରହିଥିବା କହିଛନ୍ତି। ଏପରିକି ସେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏବେ ସେ ଘରଦ୍ୱାର ଛାଡ଼ିଥିବା ଲୋକଙ୍କ ସହ ରିଲିଫ୍‌ କ୍ୟାମ୍ପରେ ରହିଥିବା କହିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୩୭୬ଡି, ୩୫୪, ୧୨୦ବି ଏବଂ ୩୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share