Categories: ଜାତୀୟ

ମଣିପୁରରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ସରକାର

ଇମ୍ଫାଲ,୨୨।୯: ମଣିପୁର ସରକାର ରାଜ୍ୟରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସମସ୍ତ ଅଞ୍ଚଳରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ମଣିପୁର ସରକାର ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାମାନଙ୍କୁ ଜାତି ହିଂସା ପ୍ରଭାବିତ ରାଜ୍ୟର ସମସ୍ତ ଅଞ୍ଚଳରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରର ପୁନରୁଦ୍ଧାର ସମ୍ପର୍କରେ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ କୁହାଯାଇଥିଲା ଯେ, ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟତୀତ ପୋଲିସ ଷ୍ଟେଶନ ଏବଂ ସେନା ଡିପୋରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଚୋରି ହୋଇଛି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି , ଏହି ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ଅସ୍ତ୍ରଶସ୍ତ୍ରର ପୁନରୁଦ୍ଧାର ସମ୍ପର୍କରେ କୋର୍ଟରେ ଉପସ୍ଥାପନ କରାଯିବା ଉଚିତ୍‌। ଏବେ ମଣିପୁର ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି।

Share