Categories: ଜାତୀୟ

ଶର୍ମିଳାଙ୍କୁ ସମ୍ମାନୀତ କରିବେ ମଣିପୁର ସରକାର

ଇମ୍ଫାଲ,୩ ।୪: ମଣିପୁର ସରକାର ମାନବାଧିକାର କର୍ମୀ ଇରୋମ ଶର୍ମିଳାଙ୍କୁ ସମ୍ମାନୀତ କରିବେ । ଶର୍ମିଳା ୧୬ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ(ଏଏଫଏସପିଏ)କୁ ନେଇ ଆନ୍ଦୋଳନ କରି ଆସୁଥିଲେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଇରୋମ ଶର୍ମିଳାଙ୍କୁ ପ୍ରଶଂସା କରି କହିଛନ୍ତି, ସେ ୧୬ ବର୍ଷ ଧରି ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ(ଏଏଫଏସପିଏ)କୁ ନେଇ ବିରୋଧ ପ୍ରଦର୍ଶନ କରିବା ଓ ଉପବାସରେ ରହିବା ଫଳରେ ତାଙ୍କର ଅଧା ଜୀବନକୁ ବଳିଦାନ ଦେଇଛନ୍ତି । କେନ୍ଦ୍ର ସରକାର ୩ ପୂର୍ବୋତ୍ତର ରାଜ୍ୟ ଆସାମ, ମଣିପୁର ଓ ନାଗାଲ୍ୟାଣ୍ଡର କିଛି ଅଞ୍ଚଳରେ ଆଣ୍ଟି ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର ଆକ୍ଟ(ଏଏଫଏସପିଏ)କୁ ହଟାଇ ଦେଇଛନ୍ତି । ଏହି ଅଧିନିୟମକୁ ହଟାଇବାର କିଛି ଘଣ୍ଟା ପରେ ମଣିପୁର ସରକାର ଶର୍ମିଳାଙ୍କୁ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି ।

Share