Categories: ଜାତୀୟ

ମିଜୋରାମରୁ ମେଇତି ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି, ବଢାଗଲା ସୁରକ୍ଷା

ଆଇଜଲ,୨୩।୭: ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ମଧ୍ୟରେ ମିଜୋରାମରେ ଥିବା ମେଇତି ସମ୍ପ୍ରଦାୟ ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ପୂର୍ବତନ ଉଗ୍ରବାଦୀ ସଂଗଠନ ମେଇତି ଲୋକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଛାଡିବାକୁ କହିବା ପରେ ମଣିପୁର ସରକାର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଏୟାରଲିପ୍ଟ କରିବା ଉପରେ ବିଚାର କରୁଛନ୍ତି।
ସଂଗଠନ କହିଛି ଯେ ମଣିପୁରରେ ଦୁଇଜଣ ମହିଳାଙ୍କ ସହ ହୋଇଥିବା ବର୍ବରତା ଭିଡିଓକୁ ନେଇ ମିଜୋରାମ ଯୁବକମାନଙ୍କ ମଧ୍ୟରେ ବହୁତ କ୍ରୋଧ ଦେଖାଦେଇଛି। ନିକଟରେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରିବା ଭଳି ଲଜ୍ଜାଜନକ ଘଟଣା ସାରା ଦେଶରେ ଆଲେଶଚନାର ବିଷୟ ହୋଇଛି। ଭିଡିଓରେ ଦେଖାଯାଇଥିବା ମହିଳାମାନେ କୁକି ସମ୍ପ୍ରଦାୟର ବୋଲି କୁହାଯାଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ୫ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆଇଜାୱଲ-ଇମ୍ଫାଲ ଏବଂ ଆଇଜାୱଲ-ସିଲଚର ମଧ୍ୟରେ ସ୍ବତନ୍ତ୍ର ଏଟିଆର ବିମାନ ମାଧ୍ୟମରେ ସମ୍ପ୍ରଦାୟର ଲୋକଙ୍କୁ ମିଜୋରାମରୁ ସ୍ଥାନାନ୍ତର କରାଯାଇପାରେ। ଅନ୍ୟପକ୍ଷରେ, ମିଜୋରାମ ସରକାର ଶନିବାର ରାଜ୍ୟରେ ରହୁଥିବା ମେଇତି ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କହିଥିଲେ।

Share