Categories: ଜାତୀୟ

ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିବା ଉଚିତ୍‌: ଜୟରାମ ରମେଶ

ନୂଆଦିଲ୍ଲୀ,୨୪।୬: ମଣିପୁର ହିଂସାକୁ ନେଇ ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍‌ କରି କହିଛନ୍ତି, ରାଜ୍ୟ ୫୨ଦିନ ଧରି ଜଳୁଛି। କିନ୍ତୁ ଗୃହମନ୍ତ୍ରୀ ଏବେ ସର୍ବଦଳୀୟ ବୈଠକ ଡାକୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ସଭାରେ ଅଧ୍ୟକ୍ଷତା କରିବା ଉଚିତ୍‌। କିନ୍ତୁ ସେ ନିରବ ଅଛନ୍ତି।

ତେବେ ଜୟରାମଙ୍କ ଟ୍ବିଟ୍‌ରେ ମଣିପୁର ଶିକ୍ଷା ମନ୍ତ୍ରୀ ବସନ୍ତ ସିଂ କହିଛନ୍ତି, ଗତ ମାସରେ ଇମ୍ଫାଲରେ ମଧ୍ୟ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜୟରାମ ରମେଶ ଜାଣି ନାହାନ୍ତି। ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ।

Share