Categories: ଜାତୀୟ

ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଇମ୍ଫାଲ, ୨୦।୬: ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅନୁରୋଧ ପରେ ମଣିପୁର ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମଙ୍ଗଳବାର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ନିୟନ୍ତ୍ରଣରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଜନସାଧାରଣଙ୍କୁ ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୩ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ। ଜନସାଧାରଣ ସମ୍ମୁଖୀନ ହେଉଥିବା ଅସୁବିଧା, ବିଶେଷକରି ଛାତ୍ରୀଛାତ୍ରଙ୍କ ଆଡମିଶନ ପ୍ରକ୍ରିୟା ଏବଂ ଜନସାଧାରଣଙ୍କୁ ସେମାନଙ୍କର ତୁରନ୍ତ ତଥା ଅତ୍ୟାବଶ୍ୟକ ସେବା ପୂରଣ କରିବା ଉପରେ ବିଚାର କରିଛନ୍ତି। ତେଣୁ ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ରାଜ୍ୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

Share