Categories: ଜାତୀୟ

ମଣିପୁର ହିଂସା: ଅନ୍ତିମ ସଂସ୍କାର ଉପରେ ରୋକ୍‌ ଲଗାଇଲା ଆଇଟିଏଲଏଫ

ଇମ୍ଫାଲ,୩।୮: ମଣିପୁର ହିଂସାରେ ମୃତକଙ୍କ ମୃତଦେହକୁ ଗୁରୁବାର ସମାଧି ଦିଆଯାଇଥା’ନ୍ତା। କିନ୍ତୁ ଏହା ଉପରେ ରୋକ ଲଗାଇଛି ଇଣ୍ଡିଜିନିଅସ ଟ୍ରାଇବାଲ ଲିର୍ଡସ ଫୋରମ୍‌(ଆଇଟିଏଲଏଫ)। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଆଇଟିଏଲଏଫ୍‌ ଏନେଇ ନିଷେଧାଦେଶ ଜାରି କରିଛି। ଗୁରୁବାର ଚୁରାଚାନ୍ଦପୁର ଜିଲାର ହାଓଲାଇ ଖୋପି ନିକଟ ଏସ ବୋଲଜାଙ୍ଗରେ ସାମୁହିକ ଅନ୍ତିମ ସଂସ୍କାର କରାଯିବ ବୋଲି ଆଇଟିଏଲଏଫ ପୂର୍ବରୁ ଘୋଷଣା କରିଥିଲା। ଗୃହ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହାକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖାଯାଇଛି। ତେବେ ପାଞ୍ଚଟି ଦାବି ରଖିଛି ଆଇଟିଏଲଏଫ। ଏହି ଦାବି ଉପରେ ସରକାର ଲିଖିତ ଆଶ୍ୱସନା ଦେବାକୁ ଦାବି କରିଛି ସଂଗଠନ।

Share