Categories: ଜାତୀୟ

ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ, ରାଷ୍ଟ୍ରପତି ଶାସନ ଲାଗୁ କରିବା: କପିଲ ସିବଲ

ନୂଆଦିଲ୍ଲୀ,୨୨।୭: ରାଜ୍ୟ ସଭା ଏମ୍‌ପି କପିଲ ସିବଲ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାସ୍ତା ବତାଇଛନ୍ତି। ଶନିବାର ସିବଲ କହିଛନ୍ତି, ମଣିପୁରରେ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କୁ ବରଖାସ୍ତ କରିବା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା। ସୂଚନାଯୋଗ୍ୟ, ମେ’ ୩ରେ ରେ ରାଜ୍ୟରେ ଜାତି ହିଂସା ଆରମ୍ଭ ହେବା ପରଠାରୁ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।

ଏକ ଟୁଇଟ୍‌ କରି ସିବଲ କହିଛନ୍ତି, ଆଗକୁ ଯିବାର ଏକମାତ୍ର ଉପାୟ ବିରେନ ସିଂଙ୍କୁ ବହିଷ୍କାର କରିବା, ଧାରା ୩୫୬ ଲାଗୁ କରିବା; ଆମ ଦେଶର ମହିଳାମାନଙ୍କୁ କ୍ଷମା ମାଗିବା। ସିବଲ କହିଛନ୍ତି, ନିର୍ଭୟା ପରଠାରୁ କିଛି ପରିବର୍ତ୍ତନ ହୋଇନାହିଁ। ଉନ୍ନାଓ, ହାସରଥ, କଠୁଆ, ବିଲକିସ (ଦୋଷୀମାନଙ୍କୁ ମୁକ୍ତ କରିବା)। ବେଟି ବଚାଓ ପ୍ରଧାନମନ୍ତ୍ରୀ ଜୀ।

Share