Categories: ଜାତୀୟ

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଇମ୍ଫାଲ୍‌,୨।୭: ମଣିପୁର ନୋନି ଜିଲାରେ ବୁଧବାର ରାତିରେ ହୋଇଥିବା ଭୂସ୍ଖଳନରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଜବତ କରିଛି। ସେମାନଙ୍କ ମଧ୍ୟରେ ୧୮ ଜଣ ଯବାନ ରହିଥିବା ବେଳେ ୬ ଜଣ ସାଧାରଣ ନାଗରିକ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌, ସ୍ଥାନୀୟ ପ୍ରଶାସନ ଏବଂ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅନ୍ୟପକ୍ଷେ ଦୁର୍ଘଟଣାରେ ୧୮ଜଣ ଆହତଙ୍କ ଚିକିତ୍ସା ସ୍ଥାନୀୟ ଡାକ୍ତରଖାନାରେ ଜାରି ରହିଛି। ତେବେ ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଫସି ରହିଥିବା ବେଳେ ୩୮ରୁ ଊର୍ଦ୍ଧ୍ୱ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Share