Categories: ଜାତୀୟ

ମଣିପୁର ଭୂସ୍ଖଳନ: ୪୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଇମ୍ଫାଲ୍‌,୪।୭: ମଣିପୁର ନୋନି ଜିଲାରେ ଭୂସ୍ଖଳନ ଘଟଣାକୁ ୬ ଦିନ ବିତିଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଘଟଣାରେ ୨୦ ଜଣ ଏବେବି ନିଖୋଜ ଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

ଭାରତୀୟ ସେନା, ଆସାମ ରାଇଫଲ୍ସ, ଏନ୍‌ଡିଆର୍‌ଏଫ୍‌,ଏସ୍‌ଡିଆର୍‌ଏଫର ଉଦ୍ଧାରକାରୀ ଦଳ ସାଙ୍ଗକୁ ରେସ୍କ୍ୟୁ ଡଗ୍‌ର ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟ ଅପରେଶନ୍‌ରେ ସାମିଲ ହୋଇଛନ୍ତି। ଭଗ୍ନାବଶେଷ ଇଜାଇ ନଦୀରେ ଜମା ହୋଇଥିବା ବେଳେ ହଟାଇବା ପାଇଁ  ବୁଲ୍‌ଡୋଜର ନିୟୋଜିତ କରାଯାଇଛି।

Share