ମଣିପୁର ଯୌନହିଂସା: ସିପିଆଇଏମର ବିରୋଧ ପ୍ରଦର୍ଶନ

ଏମ .ରାମପୁର, ୨୫।୭,(ଶଶି ଭୂଷଣ ପ୍ରହରାଜ) ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାରେ ଦେଶ ସ୍ତବ୍ଧ ହୋଇଯାଇଛି।
ଘଟଣାକୁ ନେଇ ସଂସଦରେ ଝଡ ଉଠିଥିବାବେଳେ ସୁପ୍ରିମକୋର୍ଟ ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ତେବେ ଏହି ଘଟଣାରେ ମୁକ ସାଜିଛନ୍ତି ଖୋଦ୍‌ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଦେଶବ୍ୟାପୀ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇ ଇସ୍ତଫା ଦାବି କରାଯାଉଛି। ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିବା ସହିତ ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ପାଇଁ ଦାବି କରିଛି ସିପିଆଇଏମ।
ମଙ୍ଗଳବାର ସିପିଆଇ(ଏମ ) କଳାହାଣ୍ଡି ଜିଲା ଏମ -ରାମପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିକ୍ଷୋଭ ପ୍ରଦର୍ଶନରେ ସି ପି ଆଇଏମର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଓଡିଶା କୃଷକ ସଭାର ରାଜ୍ୟ ଯୁଗ୍ମ ସମ୍ପାଦକ ବିକାଶ ନାଥ,
ସି ପି ଆଇଏମ କଳାହାଣ୍ଡି ଜିଲା ସମ୍ପାଦକ ବିଶ୍ୱଜିତ ଚାଟାର୍ଜୀ, ଜିଲା ନେତା ସତ୍ୟଜିତ ଚାଟାର୍ଜୀଙ୍କ ସମେତ ଗଙ୍ଗାଧର ପ୍ରହରାଜ, ଦେବାଦୀ ମାଝୀ, ଶତ୍ରୁଘ୍ନ ରଣା, ଲଙ୍କେଶ୍ୱର ମାଝୀ, ନକୁଳ ମାଝୀ, କୋଦଣ୍ଡ ଦୋରା, ଦେବଜ୍ୟୋତି ଚାଟାର୍ଜୀ, ଲାଇବନ ରଣା ପ୍ରମୁଖ ନେତୃତ୍ୱ ନେଇ ଅଂଶ ଗ୍ରହଣ କରିଥିଲେ l

Share