Categories: ଜାତୀୟ

ମଣିପୁର ଛାତ୍ରୀଛାତ୍ର ହତ୍ୟା: ୫ମ ଅଭିଯୁକ୍ତଙ୍କୁ ଗିରଫକଲା ସିବିଆଇ

ପୁଣେ,୧୪ା୧୦: ହିଂସାକାଣ୍ଡ ଲାଗି ରହିଥିବା ମଣିପୁରରେ ମେଇତି ସମ୍ପ୍ରଦାୟର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିବା ଅଭିଯୋଗରେ ସିବିଆଇ ମହାରାଷ୍ଟ୍ରର ପୁଣେରୁ ୫ମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଅକ୍ଟୋବର ୧ରେ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୬ରୁ ୨ ମେଇତି ଛାତ୍ରୀଛାତ୍ର ନିଖୋଜ ଥିବାବେଳେ ପରେ ସେମାନଙ୍କ ମୃତଦେହ ମିଳିଥିଲା। ୨୨ ବର୍ଷୀୟ ବାଓଲୁନ୍‌ ମାଙ୍ଗ୍‌ଙ୍କୁ ଗିରଫ କରାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇଦେଇଛନ୍ତି। ଛାତ୍ରୀଛାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ମାଙ୍ଗଙ୍କର ପ୍ରମୁଖ ଭୂମିକା ଥିଲା ସିବିଆଇ ଅଧିକାରୀମାନେ ତାଙ୍କୁ ଜେରା କରୁଛନ୍ତି।

Share