Categories: ଜାତୀୟ

ମଣିପୁର ଭାଇରାଲ ଭିଡିଓର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବିକଲେ ପୀଡିତାଙ୍କ ମାଆ

ଇମ୍ଫାଲ,୩୦।୭: ମଣିପୁରର ଲୋମଟାଙ୍କୁରା ଘଟଣା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ସଂସଦରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସଂସଦରେ ବିରୋଧୀଙ୍କ ମଣିପୁର ଚର୍ଚ୍ଚାକୁ ନେଇ ପ୍ରବଳ ହଙ୍ଗାମା ହେବାରୁ ଉଭୟ ଗୃହକୁ ପ୍ରତିଥର ମୁଲତବୀ ରଖାଯାଉଛି। ତେବେ ଏ ମଧ୍ୟରେ ହିଂସାପ୍ରବଣ ଅଞ୍ଚଳକୁ ୨୧ଜଣିଆ ବିରୋଧୀ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ହିଂସା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏଥିସହ ମଣିପୁରର ଚର୍ଚ୍ଚିତ ଘଟଣାର ପୀଡିତା ମାଆଙ୍କୁ ମଧ୍ୟ ଭେଟିଛନ୍ତି ବିରୋଧୀ।

ଗଣମାଧ୍ୟମ ଏବଂ ପ୍ରତିନିଧୀ ଦଳ ସହ କଥା ହୋଇ ପୀଡିତାଙ୍କ ମା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି। ମହିଳା କହିଛନ୍ତି ଯେ, ଆମେ ଆଦିବାସୀ ସଂଖ୍ୟାଲଘୁ ଶ୍ରେଣୀୟ। ଆମେ ଆଉ ମେତେଇଙ୍କ ସହ ରହିପାରିବୁ ନାହିଁ। ଆମେ ବହୁ ନିର୍ଯାତନାର ଶିକାର ହୋଇ ସାରିଲୁଣି। ଏଥିସହ ମହିଳା ଜଣକ କାନ୍ଦି କାନ୍ଦି ତାଙ୍କ ପୁଅ ଏବଂ ସ୍ବାମୀଙ୍କ ମୃତଦେହ ଖୋଜିବାକୁ ସାହାଯ୍ୟ କରିଛନ୍ତି।

Share