Categories: ଜାତୀୟ

ଭାଜପା ଛାଡିଲେ ମଣିପୁରୀ ଅଭିନେତା

ଇମ୍ଫାଲ,୨୮।୯: ମଣିପୁରର ପ୍ରସିଦ୍ଧ ଅଭିନେତା ରାଜକୁମାର କେକୁ ଦୁଇ ଯୁବ ଛାତ୍ରଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ଦୁଇଟି କୁକି ଚଳଚ୍ଚିତ୍ର ସମେତ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରାଜକୁମାର ତାଙ୍କ ଇସ୍ତଫା ପତ୍ର ବୁଧବାର ଭାଜପା ନେତୃତ୍ୱଙ୍କ ପାଖରେ ଦାଖଲ କରିଛନ୍ତି। ଅନ୍ୟପଟେ ଦଳ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛି।

ସେ ଗତ ଲୋକ ସଭା ନିର୍ବାଚନରେ ନିର୍ଦ୍ଦଳୀୟ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଜିତିପାରିନଥିଲେ। ଏହା ପରେ ସେ ନଭେମ୍ବର ୨୦୨୧ରେ ଭାଜପାରେ ଯୋଗ ଦେଇଥିଲେ। ଦଳ ଛାଡିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ପ୍ରାଥମିକତା ହେଉଛି ପ୍ରଥମେ ଜନତା ଏବଂ ପରେ ଦଳ। ଆଉ ମୁଁ ଭାଜପା ଛାଡିବାକୁ ନିଷ୍ପତ୍ତି ନେଇଛି। ଅଭିନେତା କହିଛନ୍ତି, ସର୍ବସାଧାରଣ ବିଶୃଙ୍ଖଳାର ସମାଧାନ ପାଇଁ ସରକାର ଏ ପର୍ଯ୍ୟନ୍ତ ସକ୍ରିୟ ପଦକ୍ଷେପ ନେଇ ନାହାଁନ୍ତି ଯାହା ନିରାଶାଜନକ।

Share