Categories: ଜାତୀୟ

ମଣିପୁର ମାମଲା: ୧୧ ଦିନ ପାଇଁ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ

ଇମ୍ଫାଲ,୨୧।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କ ସହ ହୋଇଥିବା ବର୍ବରତା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିବା ନେଇ ଶୁକ୍ରବାର ପୋଲିସ ସୂଚନା ଦେଇଛି।

ପ୍ରକାଶ ଯେ, ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ ଭାବେ ରାସ୍ତାରେ ଚଲାଇ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ନିଶ୍ଚିତ କରାଯାଇଛି।

Share