Categories: ଜାତୀୟ

ଶାହାଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ, ମଣିପୁର ସ୍ଥିତି ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୬: ଗତ ଦେଢ ମାସ ହେବ ମଣିପୁରରେ ହିଂସା ଏବଂ ଉତ୍ତେଜନା ଲାଗିରହିଛି। ତେବେ ଏହି ପରିସ୍ଥିତି ଉପରେ ଆଲୋଚନା ପାଇଁ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ଡକାଯାଇଛି। ଦୀର୍ଘ ଦିନ ଧରି ଏକ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦାବି କରିଆସୁଥିଲେ।
ମଣିପୁରରେ ହିଂସା ଘଟଣା କମିବାର ନାମ ନେଉନାହିଁ। ଶୁକ୍ରବାର ପୁଣି ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଏଥିରେ ିି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।

 

 

Share