Categories: ଜାତୀୟ

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହା, ମଣିପୁର ସ୍ଥିତି ସମ୍ପର୍କରେ ଦେଲେ ସୂଚନା

ନୂଆଦିଲ୍ଲୀ,୨୬।୬: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିଥିଲେ, ଯେଉଁଥିରେ ମଣିପୁରରେ ହୋଇଥିବା ହିଂସା ସମ୍ପର୍କରେ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଏହି ବୈଠକ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। କୁହାଯାଇଛି ଯେ ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ମଣିପୁର ହିଂସା ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରିଥିବା ବୈଠକରେ ମଣିପୁର ହିଂସା ସମ୍ପର୍କରେ ସମସ୍ତ ଦଳ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଅମିତ ଶାହା ସମସ୍ତଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି ତାଙ୍କ ନିର୍ଦ୍ଦେଶନାରେ ପୁରା କାର୍ଯ୍ୟ ଚାଲିଛ। ଏହି ବୈଠକରେ ୧୮ ଟି ରାଜନୈତିକ ଦଳ ସାମିଲ ହୋଇଥିଲେ। ଏହା ବ୍ୟତୀତ ଅମିତ ଶାହା ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ମଧ୍ୟ ଦିଲ୍ଲୀରେ ଭେଟିଛନ୍ତି। ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।

ବୈଠକ ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂ ଟୁଇଟ କରି କହିଛନ୍ତି ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ ତତ୍ତ୍ୱାବଧାନରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ହିଂସାକୁ ବହୁ ପରିମାଣରେ ନିୟନ୍ତ୍ରଣକୁ ନିଆଯାଇଛି। ସିଏମ ସିଂ ଦାବି କରିଛନ୍ତି ଯେ ଜୁନ ୧୩ରୁ ରାଜ୍ୟରେ ହିଂସା ହେତୁ କାହାର ମୃତ୍ୟୁ ହୋଇନାହିଁ।

Share