ନୂଆଦିଲ୍ଲୀ,୨୧।୭: ମଣିପୁର ହିଂସାକୁ ନେଇ ଆଜି ବି ସଂସଦର ଉଭୟ ଗୃହରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ ବିରୋଧୀ ଦଳ ଆଜି ପୁଣିଥରେ ଲୋକ ସଭା ଏବଂ ରାଜ୍ୟ ସଭାରେ ହଙ୍ଗାମା କରିଛନ୍ତି। ଏହା ପରେ ଲୋକ ସଭାର ପ୍ରକ୍ରିୟା ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ରାଜ୍ୟ ସଭାର ପ୍ରକ୍ରିୟା ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ସଂସଦରେ ତୀବ୍ର ବିତର୍କ ହୋଇଥିଲା। ଏହି ସମୟରେ ଲୋକ ସଭା ଏବଂ ରାଜ୍ୟ ସଭାର ସମସ୍ତ ପ୍ରକ୍ରିୟା ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ସ୍ଥଗିତ ରଖାଯାଇଥିଲା।