Categories: ଜାତୀୟ

ମଣିପୁରରେ ଆଉ ୫ ଦିନ ବଢିଲା ଇଣ୍ଟରନେଟ୍‌ ପ୍ରତିବନ୍ଧକ

ଇମ୍ଫାଲ,୭।୧୦: ମଣିପୁରରେ ହିଂସା ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ରାଜ୍ୟରେ ଇଣ୍ଟରନେଟ୍‌ ଉପରେ ଥିବା ପ୍ରତିବନ୍ଧକକୁ ଆହୁରି ୫ ଦିନ ବୃଦ୍ଧି କରିଛି। ମଣିପୁର ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି, ସୁରକ୍ଷା ବାହିନୀ ସହ ସଂଘର୍ଷ, ନିର୍ବାଚିତ ସଦସ୍ୟଙ୍କ ବାସଭବନ ଆଗରେ ଭିଡ଼ ଲଗାଇବାକୁ ଚେଷ୍ଟା ଏବଂ ପୋଲିସ ଷ୍ଟେଶନ ସାମ୍ନାରେ ବିରୋଧ ପ୍ରଦର୍ଶନ ଆଜି ଘଟଣା ଏବେ ମଧ୍ୟ ରିପୋର୍ଟ କରାଯାଉଛି।

ଏଥିରେ କୁହାଯାଇଛି ଯେ, କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମକୁ ସାଧାରଣ ଭାବନାକୁ ଆଘାତ ଦେଉଥିବା ଫଟୋ, ଘୃଣା ବକ୍ତବ୍ୟ ଏବଂ ଭିଡିଓ ବାର୍ତ୍ତାକୁ ପ୍ରସାରଣ କରିବାକୁ ଇଣ୍ଟରନେଟ୍‌ ବ୍ୟବହାର କରିପାରନ୍ତି, ଯାହା ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। ଯାହା ପାଇଁ ଇଣ୍ଟରନେଟ୍‌ ପ୍ରତିବନ୍ଧକକୁ ଆଉ ୫ ଦିନ ବଢାଇଦିଆଯାଇଛି। ଏହି ପ୍ରତିବନ୍ଧକ ଅକ୍ଟୋବର ୧୧ ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ।

Share