Categories: ଜାତୀୟ

ମଣିପୁର ହିଂସା: କୁକି-ଜୋ ସମ୍ପ୍ରଦାୟର ୩୫ ଜଣଙ୍କ ମୃତଦେହକୁ ଦିଆଯିବ ସମାଧି

ଇମ୍ଫାଲ,୩।୮: ମଣିପୁର ଜାତିଆଣ ହିଂସାରେ ରାଜ୍ୟ ତିନି ମାସ ଧରି ଜଳୁଛି। ପ୍ରଧାନମନ୍ତ୍ରୀଙ୍କ ନିରବତା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିଯର୍ଯ୍ୟସ୍ତ କରାବାର ଖୋରାକ ଯୋଗାଇଛି। ଜାତିଆଣ ହିଂସାରେ ବହୁ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ସରକାରୀ ତଥ୍ୟରେ ୧୬୦ ବୋଲି କୁହାଯାଉଛି। ଅନେକ ମୃତଦେହକୁ ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ତେବେ ଏଥିମଧ୍ୟରୁ ଗୁରୁବାରି କୁକି-ଜୋ ସମ୍ପ୍ରଦାୟର ୩୫ ଜଣଙ୍କ ମୃତଦେହକୁ ଚୁରାଚନ୍ଦପୁରରେ ସମାଧି ଦିଆଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖିବାକୁ ମଣିପୁର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share