Categories: ଜାତୀୟ

ମଣିପୁର ଘଟଣାକୁ ନିନ୍ଦା କରି ଭାଜପାକୁ ଟାର୍ଗେଟ କଲେ ମାୟାବତୀ

ଲକ୍ଷ୍ନୌ,୨୦।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ସେମାନଙ୍କୁ ବଳାତ୍କାର କରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଆକ୍ରୋଶ ଦେଖାଦେଇଛି। ପ୍ରାୟ ସମସ୍ତ ବିରୋଧୀ ଦଳ ଏହି ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାରି ଭିତରେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ବି ଏହି ଘଟଣାର କଡା ନିନ୍ଦା କରିବା ସହ ଭାଜପା ଓ ଏହାର ସରକାରକୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ସେ ଭାଜପାକୁ ପ୍ରଶ୍ନ କରିଛନ୍ତି କି କ’ଣ ଏବେବି ଭାଜପା ଏଭଳି ମୁଖ୍ୟମନ୍ତ୍ରୀଙ୍କୁ ସଂରକ୍ଷଣ ଦେବ।

ମଣିପୁରରେ ଘଟିଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ବିଏସପି ସୁପ୍ରିମୋ କହିଛନ୍ତି ଯେ ମଣିପୁରରେ ଚାଲିଥିବା ହିଂସା ତଥା ଉତ୍ତେଜନାକୁ ନେଇ ସାରା ଦେଶ ଚିନ୍ତିତ ଏବଂ ମହିଳାମାନଙ୍କ ସହ ହୋଇଥିବା ଅସଦାଚରଣ ଘଟଣା ଭାଜପା ଏବଂ ତାଙ୍କ ସରକାର ପାଇଁ ଲଜ୍ଜାଜନକ … ଯଦିଓ ରାଜ୍ୟରେ ଆଇନ ଶୃଙ୍ଖଳା ଦୀର୍ଘ ଦିନ ଧରି ଚରମ ସୀମାରେ ରହିଆସିଛି, ତଥାପି ଭାଜପାଏଭଳି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଜାରି ରଖିବ କି ବୋଲି ସେ ଭାଜପାକୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ମାୟାବତୀ।

Share