Categories: ଜାତୀୟ

ମଣିପୁର ହିଂସାକୁ ନେଇ ଆକ୍ସନରେ ସିବିଆଇ, ଆଉ ନଅଟି ମାମଲାର କରିବ ଯାଞ୍ଚ

ନୂଆଦିଲ୍ଲୀ,୧୩।୮: ମଣିପୁର ହିଂସା ସହ ଜଡିତ ୯ଟି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯିବ ଏବଂ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଉଥିବା ମୋଟ ମାମଲା ୧୭ ହୋଇଯିବ। ଅଧିକାରୀ କହିଛନ୍ତି ଯେ ମଣିପୁର ହିଂସା ସହ ଜଡିତ ଆଉ ୯ଟି ଘଟଣାର ତଦନ୍ତ କରିବାକୁ ସିବିଆଇ ପ୍ରସ୍ତୁତ ଅଛି।
ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହୋଇଥିବା ଯାଞ୍ଚ ଏହି ୧୭ଟି ମାମଲାରେ ସୀମିତ ରହିବ ନାହିଁ। ସେ କହିଛନ୍ତି ଯେ ମହିଳାଙ୍କ ପ୍ରତି ଅପରାଧ କିମ୍ବା ଯୌନ ଉତ୍ପୀଡ଼ନ ସହ ଜଡିତ ଅନ୍ୟ କୌଣସି ମାମଲା ମଧ୍ୟ ପ୍ରାଥମିକତା ଭିତ୍ତିରେ ପଠାଯାଇପାରିବ।
ସୂଚନାଯୋଗ୍ୟ, ମଣିପୁରରେ ମହିଳାଙ୍କୁ ଯୌନ ନିର୍ଯାତନା ସହ ଜଡିତ ଦୁଇଟି ମାମଲା ସମେତ ସିବିଆଇ ଏପର୍ଯ୍ୟନ୍ତ ୮ଟି ମାମଲା ପଞ୍ଜିକରଣ କରିଛି। ସିବିଆଇ ଆଉ ୯ଟି ମାମଲା ଦାୟର କରିବ ବୋଲି ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ରାଜ୍ୟର ଚୁରଚାନ୍ଦପୁର ଜିଲାରେ ଯୌନ ନିର୍ଯାତନା ଅଭିଯୋଗର ଅନ୍ୟ ଏକ ମାମଲା ଦାୟର କରିବ।

Share