Categories: ଜାତୀୟ

ମଣିପୁର ହିଂସାକାଣ୍ଡ: ଏସଆଇଟି ଗଠନ କଲା ସିବିଆଇ

ଇମ୍ଫାଲ,୯।୬: ମଣିପୁରରେ ହିଂସା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏନେଇ ସିବିଆଇ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ପଞ୍ଜୀକୃତ ୬ଟିି ଏଫଆଇଆର୍‌କୁ ଯାଞ୍ଚ କରିବୁ। ସେଥିମଧ୍ୟରୁ ୫ଟି ଅପରାଧିକ ଷଡଯନ୍ତ୍ର ଏବଂ ଗୋଟିଏ ହେଉଛି ସାଧାରଣ ଷଡଯନ୍ତ୍ରର ମାମଲା।

ଏହି ୬ଟି ଅଭିଯୋଗ ସିବିଆଇ ତଦନ୍ତ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତ ସମୟରେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ମଣିପୁରରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ଅନେକ ଲୋକଙ୍କ ଘର ଜଳି ଯାଇଥିଲା, ବହୁ ଅଧିବାସୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକ ଲୋକଙ୍କୁ ଭୂମିହୀନ କରାଯାଇଥିଲା। ଏହି ସଂଘର୍ଷରେ ଅତି କମ୍‌ରେ ୧୦୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୧୦ଜଣ ଆହତ ହୋଇଛନ୍ତି।

Share