Categories: ଜାତୀୟ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଜିଠୁ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ

ଇମ୍ଫାଲ,୨୩।୯: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆଜି ଅର୍ଥାତ୍‌ ୨୩ ସେପ୍ଟେମ୍ବରରୁ ଜନସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାକୁ ସିଏମ ସିଂ ଘୋଷଣା କରିଛନ୍ତି। ରାଜ୍ୟରେ ହିଂସା ଆରମ୍ଭ ହେବା ପରେ ପ୍ରାୟ ୫ ମାସରୁ ଇଣ୍ଟରନେଟ ସେବା ବନ୍ଦ ରହିଥିଲା।

ମେ’ ୩ରୁ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା, ଏହା ପରେ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଯାଇଥିଲା। ହିଂସାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍‌ ସେବା କେବଳ ପାଞ୍ଚ ଦିନ ପାଇଁ ବନ୍ଦ ରହିଥିଲା, କିନ୍ତୁ ପରେ ଏହାକୁ ଆଉ ପାଞ୍ଚ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦଳର ଜଣେ ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ନିଷ୍ପତ୍ତି ସଂପୃକ୍ତ ଦଳକୁ ପଠାଯାଇଛି ଏବଂ ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ରାଜ୍ୟରେ ମୋବାଇଲ ଇଣ୍ଟରନେଟ୍‌ ସେବା ଆରମ୍ଭ ହେବ।

Share