Categories: ଜାତୀୟ

ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ!

ଇମ୍ଫାଲ,୩୦।୬: ମଣିପୁରରେ ପ୍ରାୟ ଦୁଇମାସ ଧରି ଜାତି ହିଂସା ଲାଗିରହିଛି। ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ସତ୍ତ୍ୱେ ସ୍ଥିତିରେ ସୁଧାର ଆସୁନାହିଁ। ଏହି ସମୟରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ଶୁକ୍ରବାର ଇସ୍ତଫା ଦେଇପାରନ୍ତି। ରିପୋର୍ଟ ଅନୁଯାୟୀ, ମଣିପୁରର ମୁଖ୍ୟମନ୍ତ୍ରୀ ତ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା କରିପାରନ୍ତି।

ନ୍‌ସୂଚନା ଅନୁଯାୟୀ, ଇସ୍ତଫା ଖବର ପାଇବା ପରେ ବହୁ ସଂଖ୍ୟକ ସମର୍ଥକ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଘର ବାହାରେ ଏକାଠି ହେବା ଆରମ୍ଭ କରିଛନ୍ତି। ଏନ୍‌. ବିରେନ ସିଂ ଶୁକ୍ରବାର ଅପରାହ୍ନ ୩ ଟାରେ ରାଜ୍ୟପାଳଙ୍କୁ ଭେଟିବେ।

 

 

 

Share