ଇମ୍ଫାଲ,୧୯।୮: ସୀମାନ୍ତ ସହର ମଣିପୁରରୁ ମ୍ୟାନ୍ମାର ପଳାଇ ଯାଇଥିବା ୨୦୦ରୁ ଅଧିକ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଟୁଇଟ୍ କରି କହିଛନ୍ତି, ମେ’୩ରେ ଜାତିଗତ ହିଂସା ଆରମ୍ଭ ହେବା ପରେ ମଣିପୁରର ମୋରେହ ସହରରୁ ପଡୋଶୀ ମ୍ୟାନ୍ମାରକୁ ପଳାଇଥିବା ୨୧୨ ଭାରତୀୟ ନିରାପଦରେ ଘରକୁ ଫେରିଛନ୍ତି। ଏହି ଲୋକମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏନ୍.ବିରେନ ସିଂ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମସ୍ତ ଲୋକ ମେତେଇ ସମ୍ପ୍ରଦାୟର ଅଟନ୍ତି।
Posted inଜାତୀୟ