Posted inଜାତୀୟ

ଥମୁନି ମଣିପୁର ହିଂସା: ୩ ମୈତେଇ ସମ୍ପ୍ରଦାୟଙ୍କ ମୃତ୍ୟୁ

ଇମ୍ଫାଲ,୫।୮: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଜାତି-ବିବାଦ ମଧ୍ୟରେ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପୁର ଜିଲାରେ ହିଂସା ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।
ଅଧିକାରୀଙ୍କ କହିବାନୁସାରେ, ମୃତ ବ୍ୟକ୍ତି କ୍ୱାକଟା ଅଞ୍ଚଳର ମୈତେଇ ସମ୍ପ୍ରଦାୟର। ଏହି ଘଟଣାରେ ହତ୍ୟା ବ୍ୟତୀତ କୁକି ସମ୍ପ୍ରଦାୟର ଅନେକ ଘର ପୋଡି ଦିଆଯାଇଛି।

ଗୁରୁବାର ମଣିପୁରର ବିଷ୍ଣୁପୁର ଚିଲାର ମୈତେଇ ସମ୍ପ୍ରଦାୟର ସଶସ୍ତ୍ର ବାହିନୀ ଏବଂ ବିକ୍ଷୋଭକାରୀଙ୍କ ସଂଘର୍ଷ ମଧ୍ୟରେ ୧୭ ଜଣ ଆହତ ହେବାର ଦୁଇ ଦିନ ପରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ଇମ୍ଫାଲ ପୂର୍ବ ଏବଂ ଇମ୍ଫାଲ ପଶ୍ଚିମ କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିବା କର୍ଫ୍ୟୁ ଆଶ୍ୱସ୍ତିକୁ ପ୍ରତ୍ୟାହାର କରି ନେଇଥିଲେ। ସତର୍କତାମୂଳକ ପଦକ୍ଷେପ ଭାବରେ ଦିନିକିଆ କର୍ଫ୍ୟୁକୁ ମଧ୍ୟ ପୁନଃସ୍ଥାପିତ କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧ା୧୧: କାନାଡାର ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ମନ୍ଦିରରେ ଗତ ୩ ତାରିଖରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ହିନ୍ଦୁ ଶିଖ୍‌ ଗ୍ଲୋବାଲ ଫୋରମ୍‌ର ସଦସ୍ୟମାନେ ରବିବାର...

ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ

ଭୋପାଳ, ୧୧।୧୧: ମଧ୍ୟପ୍ରଦେଶ ସିହୋର ଜିଲାର ଗୁରାଡ଼ିଆ ରୂପଚନ୍ଦ ଗ୍ରାମରୁ ଏକ ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ମୋଟନ ବାଈ ନାମ୍ନୀ ୭୫ ବର୍ଷୀୟା ମହିଳା...

କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି

ସଙ୍ଗୋଲା, ୧୧ା୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଉପତ୍ୟକାକୁ କେତେଜଣ କଶ୍ମୀରୀ ପଣ୍ଡିତ ଫେରିଛନ୍ତି ବୋଲି ରବିବାର...

ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ

ମୁମ୍ବାଇ,୧୧ା୧୧: ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ଆସିବ। ମତଦାନକୁ ୧୦ ଦିନ ବାକି ଥିବାବେଳେ...

ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍‌ ଖାନ୍ନା

ନୂଆଦିଲ୍ଲୀ,୧୧ା୧୧(ପି.ଟି.): ବହୁ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟ ରାୟ ସହ ଜଡ଼ିତ ଥିବା ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ)...

ବାବା ସିଦ୍ଦିକି ହତ୍ୟା ମାମଲା: ୟୁପିରୁ ଗିରଫ ହେଲେ ମୁଖ୍ୟ ଶୁଟର

ଲକ୍ଷ୍ନୌ,୧୦ା୧୧: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟାକାଣ୍ଡର ମୁଖ୍ୟ ଶୁଟର ଶିବକୁମାର ଗୌତମ ଓରଫ ଶିବଙ୍କ ସହ ତାଙ୍କର ୪ ସହଯୋଗୀଙ୍କୁ ଉତ୍ତରପ୍ରଦେଶ ସ୍ପେଶାଲ...

ମୋଷ୍ଟ ଓ୍ବାଣ୍ଟେଡ୍‌ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍‌ ଗିରଫ

ନୂଆଦିଲ୍ଲୀ,୧୦ା୧୧: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍‌ ଡଲ୍ଲାଙ୍କୁ କାନାଡା ପୋଲିସ ଗିରଫ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେ ଖଲିସ୍ତାନ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ରହିଥିବା...

ଇଞ୍ଜିନ-ପାୱାର କାର ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କଲେ ପଏଣ୍ଟସ୍‌ମ୍ୟାନ୍‌; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆଦିଲ୍ଲୀ,୧୦ା୧୧: ବିହାର ବରାଉଣି ଜଙ୍କସନ୍‌ରେ ତାଳମେଳ ଅଭାବରୁ ରେଲଓ୍ବେ ପଏଣ୍ଟସ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଭାରତୀୟ ରେଲୱେର ପ୍ରାଥମିକ ତଦନ୍ତରୁ ଜଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri