Categories: ଜାତୀୟ

ମଣିପୁର ହିଂସା: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ରଖିଲେ ରାଜ୍ୟ ସରକାର, କହିଲେ ସ୍ଥିତି ସୁଧୁରୁଛି

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଫେରାଇ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବାରମ୍ବାର ପରିସ୍ଥିତି ବଦଳୁଛି ବୋଲି ରାଜ୍ୟ ସରକାର କହିଛନ୍ତି। ବର୍ତ୍ତମାନ ଏହି ଆଦେଶକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ। ମଣିପୁର ହିଂସା ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ରଖିଛନ୍ତି। ସଲିସିଟର ଜେନେରାଲ କହିଛନ୍ତି, ପରିସ୍ଥିତିରେ ସୁଧାର ଆସୁଛି। ଏହି ସମୟରେ କୌଣସି ଗୁଜବରୁ ବଞ୍ଚିବା ଜରୁରୀ।

ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଛନ୍ତି ଯେ, ଏହି ରିପୋର୍ଟ ଦେଖିବା ପରେ ଆପଣଙ୍କ ତରଫରୁ ପରାମର୍ଶ ଦିଅନ୍ତୁ। ଆସନ୍ତାକାଲି ଏହାର ଶୁଣାଣି ହେବ। ଏହି ଶୁଣାଣି ସମୟରେ ବରିଷ୍ଠ ଓକିଲ ରଞ୍ଜୀତ କୁମାର ଦାବି କରିଛନ୍ତି, ଡ୍ରଗ୍ସ ଏବଂ ଅପରାଧ ସମ୍ପର୍କରେ ୟୁଏନ୍‌ ରିପୋର୍ଟକୁ ମଧ୍ୟ ରେକର୍ଡ କରାଯାଉ। ମଣିପୁରରେ କ’ଣ ଘଟୁଛି ତାହା ବୁଝିବାରେ ଏହା ସାହାଯ୍ୟ କରିବ।

Share