Categories: ଜାତୀୟ

ଦିଲ୍ଲୀ ପହଞ୍ଚିଲା ମଣିପୁର ହିଂସା ତାତି: ଶାହାଙ୍କ ବାସଭବନ ବାହାରେ ପ୍ରଦର୍ଶନ…

ନୂଆଦିଲ୍ଲୀ,୭।୬ : ମଣିପୁରରେ ଚାଲିଥିବା ହିଂସା ତାତି ଏବେ ଦିଲ୍ଲୀରେ ପହଞ୍ଚିଛି। ବୁଧବାର କୁକି ସମ୍ପ୍ରଦାୟର ଲୋକମାନେ ଦିଲ୍ଲୀର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ସେମାନଙ୍କ ହାତରେ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ ‘ସେଭ କୁକି ଲାଇଭସ’ ଲେଖା ଥିଲା॥ କୁକି ସମ୍ପ୍ରଦାୟର ଲୋକମାନେ ବାସଭବନ ବାହାରେ ଅନେକ ସ୍ଲୋଗାନ ଦେଇଥିଲେ।

ପୋଲିସ କହିଛି ସ୍ବରାଷ୍ଟ୍ର ମନ୍ତ୍ରୀ ବିକ୍ଷୋଭକାରୀଙ୍କୁ ଭେଟିବାକୁ ରାଜି ହୋଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଭିତରେ କେବଳ ଚାରିଜଣ ବିକ୍ଷୋଭକାରୀଙ୍କୁ ଅନୁମତି ଦିଆଯିବ। ସେମାନେ ଅମିତ ଶାହାଙ୍କୁ ଭେଟିବେ। ଏହା ବ୍ୟତୀତ ବାକି ପ୍ରଦର୍ଶନକାରୀଙ୍କୁ ଜନ୍ତର ମନ୍ତର ପଠାଯାଇଛି। ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ୩୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ୩୭,୨୫୦ ଲୋକ ବର୍ତ୍ତମାନ ୨୭୨ ରିଲିଫ କ୍ୟାମ୍ପରେ ଶରଣ ନେଇଛନ୍ତି।

Share