Categories: ଜାତୀୟ

‘ଅବିଶ୍ୱାସ ପ୍ରସ୍ତାବକୁ ଗ୍ରହଣ କରୁ କେନ୍ଦ୍ର’, ରାଜ୍ୟପାଳଙ୍କୁ ଭେଟିବା ପରେ କହିଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ପାଖାପାଖି ୩ ମାସ ହେବ ମଣିପୁରରେ ହିଂସା ଲାଗି ରହିଛି। ସଂସଦରୁ ସଡ଼କ ପର୍ଯ୍ୟନ୍ତ ଏବେ ମଣିପୁର ହିଂସାକୁ ନେଇ ଚାଲିଛି ଟଣାଓଟରା। ଏହି କ୍ରମରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ଭେଟିଛନ୍ତି।

ଏହି ବୈଠକ ପରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି କଂଗ୍ରେସ ଏମପି ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ ରାଜ୍ୟପାଳଙ୍କ ସହ ଆଲୋଚନା ସମୟରେ ଏକ ପରାମର୍ଶ ଦିଆଯାଇଛି। ଏହା ସହିତ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ିବ। ସେ ଏହା ମଧ୍ୟ କହିଛନ୍ତି ଯେ ପାର୍ଲାମେଣ୍ଟରେ ଅବିଶ୍ୱାସ ପ୍ରସ୍ତାବ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। କଂଗ୍ରେସ ଏମପି କହିଛନ୍ତି, ମଣିପୁର ପରିସ୍ଥିତିର ସମାଧାନ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଆମକୁ ସୁଯୋଗ ମିଳିବା ମାତ୍ରେ ଆମେ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବୁ ଏବଂ ଲୋକମାନଙ୍କ ଦ୍ୱରା ଉଠାଯାଇଥିବା ପ୍ରସଙ୍ଗ ତଥା କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କଠାରୁ ଦେଖାଯାଇଥିବା ତ୍ରୁଟିଗୁଡିକ ଉପସ୍ଥାପନ କରିବୁ।

Share