Categories: ଜାତୀୟ

‘ଉଗ୍ରବାଦୀଙ୍କୁ ପଳାୟନରେ ସାହାଯ୍ୟ କରୁଛନ୍ତି ମହିଳା, ଜାଣିଶୁଣି ଅଟକାଉଛନ୍ତି ରାସ୍ତା’, ମଣିପୁର ହିଂସାକୁ ନେଇ ଟୁଇଟ କଲା ସେନା

ଇମ୍ଫାଲ,୨୭।୬: ଜାତି ହିଂସାର ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଥିବା ବେଳେ ଏଥିରେ କେବଳ ସ୍ଥାନୀୟ ମହିଳାମାନେ ବାଧା ସୃଷ୍ଟି କରୁଛନ୍ତି। ଭାରତୀୟ ସେନା ମଙ୍ଗଳବାର ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛି। ଗତ ମେ’ ମାସରୁ ମଣିପୁରରେ ବ୍ୟାପିଥିବା ହିଂସାକୁ ରୋକିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି। ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତି ଫେରାଇ ଆଣିବା ପାଇଁ କରାଯାଉଥିବା ସମସ୍ତ ଉଦ୍ୟମ ସଫଳ ହୋଇନାହିଁ।

ସେନା ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ ’ମଣିପୁରର ମହିଳାମାନେ ଜାଣିଶୁଣି ରାସ୍ତା ଅବରୋଧ କରୁଛନ୍ତି ଏବଂ ସୁରକ୍ଷା ବାହିନୀର କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ଏହିପରି ଅବାଞ୍ଛିତ ହସ୍ତକ୍ଷେପ ଗୁରୁତର ଅବସ୍ଥାରେ ଜୀବନ ଏବଂ ସମ୍ପତ୍ତି ବଞ୍ଚାଇବା ପାଇଁ ସୁରକ୍ଷା ବାହିନୀର ଠିକ ସମୟରେ ପ୍ରତିକ୍ରିୟା ପାଇଁ କ୍ଷତିକାରକ ଅଟେ। ଶାନ୍ତି ଫେରାଇ ଆଣିବାକୁ ପ୍ରୟାସକୁ ସମର୍ଥନ କରିବାକୁ ଭାରତୀୟ ସେନା ଜନସାଧାରଣଙ୍କ ସମସ୍ତ ବିଭାଗକୁ ନିବେଦନ କରିଛି।
ମଣିପୁରର ହିଂସାକାଣ୍ଡର ଏକ ଭିଡିଓ ଶେୟାର କରି ସେନା ମଧ୍ୟ ଏହାର ଅଭିଯୋଗକୁ ନିଶ୍ଚିତ କରିଛି। ସେନା ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ ସ୍ପଷ୍ଟ ଭାବରେ ମହିଳାମାନେ ପଥ ଅବରୋଧ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ବହୁ ସଂଖ୍ୟକ ମହିଳା ସେନା କର୍ମଚାରୀଙ୍କ ସହ କଥା କଟାକଟି କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ରାସ୍ତାରେ ଏକାଠି ହୋଇ ସେନା କର୍ମଚାରୀମାନେ ଉଗ୍ରବାଦୀଙ୍କ ବିରୋଧୀ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି।

Share