Categories: ଜାତୀୟ

ମଣିପୁର ହିଂସା: ଜୁନ ୧୦ ପର୍ଯ୍ୟନ୍ତ ବଢିଲା ଇଣ୍ଟରନେଟ୍‌ ଉପରେ ଲାଗିଥିବା ପ୍ରତିବନ୍ଧକ

ଇମ୍ପାଲ,୬।୬: ଉତ୍ତର-ପୂର୍ବରେ ଆସୁଥିବା ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ଗତ କିଛି ସପ୍ତାହ ଧରି ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଦିନକୁ ଦିନ ମଣିପୁରରେ ହିଂସା ଘଟଣାର ସାମ୍ନାକୁ ଆସୁଛି, ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଇଣ୍ଟରନେଟ୍‌ ନିଷେଧାଦେଶ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁରରେ ଜୁନ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ନିଷେଧାଦେଶ ଜାରି ରହିବ। ମଣିପୁର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ହିଂସା ଆରମ୍ଭ ହେବା ପରେ ପ୍ରଥମେ ମେ’ ୩ରେ ଇଣ୍ଟରନେଟ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଯାହା ବର୍ତ୍ତମାନ ଜୁନ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଇଣ୍ଟରନେଟ୍‌ ଉପରେ ନିଷେଧାଦେଶ ସମ୍ପର୍କରେ ମଣିପୁର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଜୁନ୍‌ ୧୦ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ମଣିପୁରରେ ଏବଂ ବିଶେଷ କରି ହିଂସା ପ୍ରଭାବିତ ଅଞ୍ଚଳରେ ଭାରୀ ସୁରକ୍ଷାବାହିନୀ ମୁତୟନ କରାଯାଇଛି। ମଣିପୁର ପୋଲିସ ବ୍ୟତୀତ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଅନେକ କଣ୍ଟିଜେଣ୍ଟ ମଧ୍ୟ ନିୟୋଜିତ ହୋଇଛନ୍ତି।

Share