Categories: ଜାତୀୟ

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ ଶହୀଦ ହୋଇଥିବା ଜଣାଯାଇଛି। ଏହି ଘଟଣା ମଣିପୁରର ବିଷ୍ଣୁପୁର ଜିଲାର ନାରଣସେନାରେ ଘଟିଛି। ଏନେଇ ମଣିପୁର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ତେବେ ଶହୀଦ ହୋଇଥିବା ଦୁଇ ଯବାନ ସିଆରପିଏଫର ୧୨୮ ବାଟାଲିୟନର ବୋଲି ଜଣାଯାଇଛି।

Share