Categories: ଜାତୀୟ

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆକ୍ସନରେ ସିବିଆଇ, ଏଫଆଇଆର ଦାଖଲ କରି ଆରମ୍ଭ କଲା ଯାଞ୍ଚ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହିଂସାର ଛୋଟ ମୋଟ ଘଟଣା ଏବେବି ଦେଖିବାକୁ ମିଳୁଛି। ଗତ ମେ ୨ରୁ କେତେକ ସ୍ଥାନରେ ନିଆଁ ଲଗାଯାଉଛି ଏବଂ କେତେକ ସ୍ଥାନରେ ଗୁଳି ଚାଳନା କରାଯାଉଛି। ଏହି ପ୍ରସଙ୍ଗରେ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିଛି ଏବଂ ବିରୋଧୀ ଦଳ ମଧ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି।
ଇତିମଧ୍ୟରେ ଶନିବାର ବିରୋଧୀ ଦଳର ‘ଇଣ୍ଡିଆ’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ) ର ୨୧ଜଣ ଏମପିଙ୍କ ଏକ ପ୍ରତିନିଧୀ ଦଳ ମଣିପୁର ଗସ୍ତରେ ଯାଇଛନ୍ତି। ଏହି ଏମପିମାନେ ହିଂସା ପ୍ରଭାବିତ ଅଞ୍ଚଳ ଏବଂ ରିଲିଫ କ୍ୟାମ୍ପ ପରିଦର୍ଶନ କରି ଗ୍ରାଉଣ୍ଡ ଲେବଲରୁ ଅନୁଧ୍ୟାନ କରିବେ।
ତେବେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରିବା ଭଳି ବର୍ବତାର ଭିଡିଓ ଭାଇରାଲ ହେବା ଘଟଣାରେ ସିବିଆଇ ପକ୍ଷରୁ ଏଫଆଇଆର ଦାଖଲ କରାଯିବା ପରେ ଏବେ ଯାଞ୍ଚ ଆରମ୍ଭ ହୋଇଛି। ଏବେ ଏହି ମାମଲା ପୋଲିସ ନୁହେଁ ବରଂ ସିବିଆଇ ଦ୍ୱାରା ଯାଞ୍ଚ କରାଯିବ।

Share