Posted inଜାତୀୟ

ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ୫ ଦାବି ରଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିବସୀୟ ବିଦେଶ ଗସ୍ତରୁ ଫେରିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଅମିତ ଶାହା ମଣିପୁରର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ପ୍ରତିକ୍ରିୟା ରଖିଛନ୍ତି। ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଣିପୁରରେ ୫୫ ଦିନରୁ କୌଣସି ଶବ୍ଦ କହିନାହାଁନ୍ତି। ଏହା ସହିତ କଂଗ୍ରେସ ନେତା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୫ଟିି ଦାବି କରିଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ବହିଷ୍କାର ସାମିଲ ରହିଛି।

ମଲ୍ଲିକାର୍ଜୁନ ଖାଗେର୍ର୍ ଟୁଇଟ କରି ଲେଖିଛନ୍ତି, ଏଭଳି ଖବର ଚାଲିଛି ଯେ ଶେଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ଗତ ୫୫ଦିନ ଧରି ମୋଦି ଜୀ ମଣିପୁର ଉପରେ କିଛି ଶବ୍ଦ କହିନାହାଁନ୍ତି। ତାଙ୍କର ମଣିପୁର କି ବାତ୍‌ ଶୁଣିବାକୁ ସାରା ଦେଶ ଅପେକ୍ଷା କରିଛି। ତେବେ ତାଙ୍କର ୫ଟି ଦାବିଗୁଡିକ ହେଲା-

– ଯଦି ମୋଦି ଜୀ ପ୍ରକୃତରେ ମଣିପୁର ବିଷୟରେ କିଛି ଭାବନ୍ତି, ତେବେ ସର୍ବପ୍ରଥମେ ସେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିବା ଉଚିତ୍‌।

– ଉଗ୍ରବାଦୀ ସଂଗଠନ ଏବଂ ଅସାମାଜିକ ତତ୍ତ୍ୱରୁ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଉ।

– ସମସ୍ତ ଦଳ ସହିତ ଆଲୋଚନା ଆରମ୍ଭ କରନ୍ତୁ ଏବଂ ଏକ ସାଧାରଣ ରାଜନୈତିକ ରାସ୍ତା ଖୋଲିଜିବ।

– ସୁରକ୍ଷା ବାହିନୀ ସହାୟତାରେ ଅବରୋଧ ଶେଷ କରନ୍ତୁ। ଜାତୀୟ ରାଜପଥକୁ ଖୋଲା ଏବଂ ସୁରକ୍ଷିତ ରଖି ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧତା ନିଶ୍ଚିତ କରନ୍ତୁ।

– ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ, ପୁନର୍ବାସ ଏବଂ ଜୀବିକା ପାଇଁ ଏକ ପ୍ୟାକେଜ ବିଳମ୍ବ ନ କରି ପ୍ରସ୍ତୁତ କରାଯିବା ଉଚିତ୍‌। ଘୋଷିତ ରିଲିଫ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri