Categories: ଜାତୀୟ

ଇମ୍ଫାଲ ଘାଟୀରେ ମହିଳା ସଂଗଠନର ୪୮ ଘଣ୍ଟା ବନ୍ଦ ଡାକରା, ଗିରଫ ହୋଇଥିବା ୫ ଯୁବକଙ୍କୁ ମୁକ୍ତ କରିବାକୁ ଦାବି

ଇମ୍ଫାଲ,୧୯।୯: ମଣିପୁରର ଇମ୍ଫାଲ ଘାଟୀ ଜିଲାରେ ମେଇତେଇ ମହିଳା ସଂଗଠନର ମୀରା ପୈବି ଏବଂ ଅନ୍ୟାନ୍ୟ ସ୍ଥାନୀୟ କ୍ଲବ ମଧ୍ୟରାତ୍ରିରୁ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁକ ଧରିବା ଏବଂ ୟୁନିଫର୍ମ ପିନ୍ଧିବା ଅଭିଯୋଗରେ ଗିରଫ ହୋଇଥିବା ୫ଜଣ ଯୁବକଙ୍କୁ ମୁକ୍ତ କରିବାକୁ ଆହ୍ବାନ ଦିଆଯାଇଛି।

ମଙ୍ଗଳବାର ସକାଳେ ବଜାର ଏବଂ ଦୋକାନ ବନ୍ଦ ଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇ ରହିଥିବାବେଳେ ରାସ୍ତାରେ ଅଳ୍ପ କିଛି ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ସୋମବାର ମୀରା ପୈବି ପୂର୍ବ ଇମ୍ଫାଲର ଖୁରାଇ ଏବଂ କଙ୍ଗୋବା, ବିଷ୍ଣୁପୁର ଜିଲାର ନାମ୍ବୋଲ, ପଶ୍ଚିମ ଇମ୍ଫାଲର କାକୱା ଏବଂ ଥୋବାଲ ଜିଲାର କିଛି ଅଞ୍ଚଳରେ ମୀରା ପୈବରାସ୍ତା ଅବରୋଧ କରିଥିଲେ। ମଣିପୁର ପୋଲିସ ୟୁନିଫର୍ମ ପିନ୍ଧି ଅସ୍ତ୍ରଶସ୍ତ୍ର ନେଇଯିବା ଅଭିଯୋଗରେ ଶନିବାର ପାଞ୍ଚ ଜଣ ଯୁବକଙ୍କୁ ଗିରଫ କରିଛି। ସେ କହିଛନ୍ତି ଯେ ଏହି ପାଞ୍ଚଜଣଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ପରେ ସେମାନଙ୍କୁ ପୋଲିସ ହେପାଜତକୁ ପଠାଯାଇଛି।

Share