Categories: ଜାତୀୟ

୫ ଦିନ ଯାଏ ମଣିପୁରରେ ପୁଣି ଇଣ୍ଟରନେଟ୍‌ ବନ୍ଦ

ଇମ୍ଫାଲ,୨୭।୯: ମଣିପୁରରେ ଉତ୍ତେଜନା ପରେ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ସ୍ଥଗିତ ରଖାଯାଇଛି। ଏହା ରବିବାର ଅର୍ଥାତ୍‌ ଅକ୍ଟୋବର ୧ ସା ୭.୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ବୁଧବାର (୨୭ ସେପ୍ଟେମ୍ବର) ଠାରୁ ଶୁକ୍ରବାର (୨୯ ସେପ୍ଟେମ୍ବର) ପର୍ଯ୍ୟନ୍ତ ସ୍କୁଲ ଛୁଟି ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗୁରୁବାର (୨୮ ସେପ୍ଟେମ୍ବର)ରେ ନ୍‌ଇଦ-ଇ-ମିଲଦ ଅବସରରେ ରାଜ୍ୟରେ ଏକ ସରକାରୀ ଛୁଟିଦିନ ରହିଛି।

ସୂଚନାଯୋଗ୍ୟ, ୫ ମାସ ପରେ ରାଜ୍ୟରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା। ଯାହା ପରେ ସୋମବାର ମଣିପୁରରୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଇମ୍ଫାଲରେ ଅବସ୍ଥିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ଏବଂ ୩୦ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ଏହି କାରଣରୁ ରାଜ୍ୟରେ ପୁଣିଥରେ ଇଣ୍ଟରନେଯ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Share