Advertisement
Categories: ଜାତୀୟ

ମଣିପୁରରେ ପୁଣି ହିଂସା: ଜଣେ ପୋଲିସ କର୍ମୀ ମୃତ

ଇମ୍ଫାଲ,୪।୮: ମଣିପୁରରେ ଗତ କିଛି ମାସ ଧରି ଚାଲିଥିବା ହିଂସା ବର୍ତ୍ତମାନ ସୁଦ୍ଧା ମଧ୍ୟ ବନ୍ଦ ହୋଇନାହିଁ। ଖବର ଅନୁଯାୟୀ ଗୁରୁବାର ଦିନ ଇମ୍ଫାଲ ପଶ୍ଚିମରେ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଗୁରୁବାର ବିଷ୍ଣୁପୁର ଜିଲାରେ ଅତି କମରେ ଦୁଇଟି ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିବା ବେଳେ ଏହି ସମୟରେ ବନ୍ଧୁକ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଲୁଟି ନିଆଯାଇଛି।

ମଣିପୁର ପୋଲିସ ସୂଚନାନୁସାରେ, ଉଭୟ ପୁରୁଷ ଓ ମହିଳାଙ୍କ ଉଗ୍ରବାଦୀ ବିଷ୍ଣୁପୁରଜିଲାର ମଣିପୁର ସଶସ୍ତ୍ର ପୋଲିସର ୨ୟ ବାଟାଲିୟନର କିରେନଫାବି ପୋଲିସ ପୋଷ୍ଟ ଏବଂ ଥଙ୍ଗଲୱାଇ ପୋଲିସ ପୋଷ୍ଟରେ ଆକ୍ରମଣ କରି ଲୁଟ୍‌ କରିଥିଲେ। ଉଗ୍ରବାଦୀମାନେ ହେଙ୍ଗାଙ୍ଗ ଏବଂ ସିଙ୍ଗଜାମାଇ ପୋଲିସ ଷ୍ଟେଶନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁରକ୍ଷା ବାହିନୀ ସେମାନଙ୍କ ଆକ୍ରମଣକୁ ବିଫଳ କରିଦେଇଥିଲେ। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସଶସ୍ତ୍ର ଆକ୍ରମଣକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share