Categories: ଜାତୀୟ

ଦେଶରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ନେଇ ପ୍ରତିକ୍ରିୟା ଦେଲେ ଚିଦାମ୍ବରମ

ନୂଆଦିଲ୍ଲୀ,୨୩।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମଣିପୁରରେ ଜାତୀୟ ହିଂସାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ମଣିପୁରର ସ୍ଥିତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଜାତୀୟ ସଫେଇ(ଏଥନିକ କ୍ଲିନଜିଂ) ଶେଷ ହୋଇଛି। ସେ କହିଛନ୍ତି ମରିପୁର ସରକାର ଅଯୋଗ୍ୟ ହୋଇ ଗଲେଣି। ସେ ଭାଜପା ଶାସିତ ଅନ୍ୟ ରାଜରେ ମହିଳାଙ୍କ ଉପରେ ହେଉଥିବା ହିଂସାର ଅଭିଯୋଗକୁ ନେଇ ଜବାବ ଦେଇଛନ୍ତି। ତେବେ ଏହା ମଣିପୁର ସହ କେମିତି ତୁଳନୀୟ ବୋଲି ବି ସେ ପ୍ରଶ୍ନ ଉଠାଇଛନ୍ତି।

ଚିଦାମ୍ବରମ ଟୁଇଟ କରି କହିଛନ୍ତି, ଧରି ନିଅନ୍ତୁ ଯେ ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଘଟଣା ଘଟିଛି। ମଣିପୁରରେ ଜାରି ରହିଥିବା ନିର୍ଦ୍ଦୟ ହିଂସାକୁ ଏହା କିପରି କ୍ଷମା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଘାଟିରେ କୌଣସି କୁକି ରହିଛନ୍ତି କି ନାହିଁ। ସେହିଭଳି ଚୁରାଚାନ୍ଦପୁର ଓ ମଣିପୁରର ଏବଂ ଅନ୍ୟ ପାହାଡ ଜିଲ୍ଲାରେ କୌଣସି ମେଇତି ବାକି ରହିଛନ୍ତି ନା ନାହିଁ। ଯଦି ରିପୋର୍ଟ ସତ ତେବେ ମଣିପୁରରେ ଜାତି ସଫା ହୋଇଯାଇଛନ୍ତି।
ଚିଦାମ୍ବରମ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିହାର, ପଶ୍ଚିମବଙ୍ଗ ଓ ରାଜସ୍ଥାନରେ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ, ତେବେ ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କୁ କଡା କର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଉ, ହେଲେ ଏହାଦ୍ୱାରା ମଣିପୁରରେ ହେଉଥିବା ବର୍ବରତାକୁ କ୍ଷମା କରାଯାଇ ପାରିବ ନାହିଁ। ମଣିପୁର ସରକାର ଅପାରଗ ହୋଇଯାଇଛନ୍ତି, ଭାରତ ସରକାର ସ୍ବପ୍ରେରିତ କୋମାରେ ଅଛନ୍ତି।

Share