Categories: ଜାତୀୟ

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କଲେ ଏଏପି ନେତା

ନୂଆଦିଲ୍ଲୀ,୨୧।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ କହିଛନ୍ତି ଯେ, ଆମେ ମଣିପୁରରେ ଭାଜପା ସରକାର ହଟାଇବା ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛୁ, ଠିକ୍‌ ସେହିପରି ଯେପରି ମାନନୀୟ ପ୍ରଧାନମନ୍ତ୍ରୀ ଫେବୃୟାରୀ ୨୦୧୭ରେ ମଣିପୁର ସମ୍ବନ୍ଧରେ ଦାବି କରିଥିଲେ।

ଏଏପି ନେତା କହିଛନ୍ତି, ମଣିପୁର ଜଳୁଛି, ବର୍ତ୍ତମାନ ଲଜ୍ଜାଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସରକାରଙ୍କୁ ଏହା ଉପରେ ଆଲୋଚନା କରିବା ଉଚିତ୍‌ । ଡବଲ ଇଞ୍ଜିନ ସରକାର ଅଛନ୍ତି, ତଥାପି ରାଜ୍ୟରେ ହିଂସା ହେଉଛି। ମଣିପୁର ଦେଶର ଅଭିନ୍ନ ଅଙ୍ଗ।

Share