Categories: ଜାତୀୟ

ମଣିପୁର ବାହାରିଲେ ‘ଇଣ୍ଡିଆ’ ଡେଲିଗେଶନ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହୋଇଥିବା ହିଂସାକୁ ଏବେ ୩ ମାସ ପୂରଣ ହେବାକୁ ଯାଉଛି। ଏହି ଘଟଣାକୁ ନେଇ ବିରୋଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ଠାରୁ ଏହାର ଜବାବ ମାଗୁଛନ୍ତି। ଏହି କ୍ରମରେ, ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ (ଇଣ୍ଡିଆ)’ ର ଏମପିମାନଙ୍କର ଏକ ପ୍ରତିନିଧୀ ମଣ୍ଡଳ ମଣିପୁରକୁ ଯାଉଛନ୍ତି। ଏହି ପ୍ରତିନିଧୀ ଦଳର ନେତୃତ୍ୱ ନେଉଥିବା ଏମପି ଗୌରବ ଗୋଗୋଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଣିପୁରକୁ ଭୁଲି ଯାଇଥିବେ କିନ୍ତୁ ଆମେ ଭୁଲି ନାହୁଁ, ତେଣୁ ଆମେ ପୀଡିତଙ୍କ ନିକଟକୁ ଯାଉଛୁ।
ସେ କହିଛନ୍ତି, ‘ହିଂସା ପ୍ରଭାବିତ ସ୍ଥାନକୁ ଯିବା ଆମ ପାଇଁ କଷ୍ଟସାଧ୍ୟ, କିନ୍ତୁ ରିଲିଫ କ୍ୟାମ୍ପକୁ ଯାଇ ସେମାନଙ୍କୁ ଭେଟି ରାଜ୍ୟରେ ଚାଲିଥିବା ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିବୁ। ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସରକାର କ’ଣ କରୁଛନ୍ତି ତାହା ଆମେ ଦେଖିବୁ। ସରକାର ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ କ’ଣ କରିଛନ୍ତ। ଆମେ ସେଠାକୁ ଯାଉଛୁ ଯାହା ଦ୍ୱରା ଆମେ ମଣିପୁରବାସୀଙ୍କ ମତାମତକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିପାରିବୁ।

Share