ଇମ୍ଫାଲ,୨।୬: ମଣିପୁରରେ ହିଂସା ପରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂଙ୍କ ଅପିଲ ପରେ ଜୁନ ୧ରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୦ଟି ଅସ୍ତ୍ର ସମର୍ପଣ କରାଯାଇଛି। ୨୪ଘଣ୍ଟା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅପିଲ କରିଥିଲେ ଯେ ଯେଉଁମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି ସେମାନେ ଆସି ପୋଲିସକୁ ହସ୍ତାନ୍ତର କରନ୍ତୁ, ନଚେତ୍ ରାଜ୍ୟରେ ଅସ୍ତ୍ରଶସ୍ତ୍ର ଜବତ କରିବା ପାଇଁ ପୋଲିସ ତଦନ୍ତ ଅଭିଯାନ କରିବ।
ସୁରକ୍ଷା ବାହିନୀଙ୍କଠାରୁ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଫେରସ୍ତ କରିବାକୁ ସରକାର ସମସ୍ତଙ୍କୁ ନିବେଦନ କରିଥିଲେ। ଅନଧିକୃତ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।