Categories: ଜାତୀୟ

ମଣିପୁର ହିଂସା ଉପରେ ସରକାର ଆଜି ଆଲୋଚନା ପାଇଁ ପ୍ରସ୍ତୁତ, ସମୟ କହିଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସା ସମ୍ପର୍କରେ ବିରୋଧୀ କ୍ରମାଗତ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବର ଦାବି କରିଆସୁଛନ୍ତି। ଗତ ପ୍ରାୟ ୧୦ ଦିନ ଧରି ସଂସଦର ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ମଣିପୁର ସମ୍ପର୍କରେ ଗୃହରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ତେବେ ଅପରାହ୍ନ ୨ଟାରେ ଆଲୋଚନା ହେବ ବୋଲି ସେ କହିଛନ୍ତି।

Share