Categories: ଜାତୀୟ

ଲୋକ ସଭାରେ ଅନାସ୍ଥା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୬।୭ ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଏକ ଅନାସ୍ତା ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକ ସଭାରେ ଏକ ଅନାସ୍ତା ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତି ସ୍ବୀକାର କରିଛନ୍ତି। ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଲୋକ ସଭା ବାଚସ୍ପତି କହିଛନ୍ତି, ସମସ୍ତ ଦଳ ସହ କଥା ହେବା ପରେ ସେ ଆଲୋଚନା ପାଇଁ ସମୟ ସ୍ଥିର କରିବେ।

Share