Categories: ଜାତୀୟ

ମଣିପୁରର କଙ୍ଗପୋକପି ଅଞ୍ଚଳରେ ହିଂସାକାଣ୍ଡ: ଜଣେ ପୋଲିସ କର୍ମଚାରୀ ମୃତ, ୧୦ ଆହତ

ଇମ୍ଫାଲ,୧୦।୭: ମଣିପୁରରେ ହିଂସା ଜାରି ରହିଛି। ରବିବାର ମଣିପୁରର ପଶ୍ଚିମ କଙ୍ଗପୋକପି ଅଞ୍ଚଳରେ ରାତିସାରା ହିଂସାକାଣ୍ଡ ଘଟିବା ପରେ ସୋମବାର ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅତି କମ୍‌ରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।

ଅଧିକାରୀ କହିଛନ୍ତି, ଭୋର ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଶାନ୍ତି ରହିଛି। ତେବେ ଏହା ପରେ ଫାୟେଙ୍ଗ ଏବଂ ସିଙ୍ଗଦା ଗ୍ରାମରୁ ଗୁଳକାଣ୍ଡ ଘଟିଥିଲା। କଙ୍ଗପୋକପି ଜିଲାର କଙ୍ଗଚୁପ ଅଞ୍ଚଳରେ ଥିବା ଗ୍ରାମ ଓ ପାହାଡକୁ ଟାର୍ଗେଟ କରାଯାଇ ଏହି ଗୁଳିକାଣ୍ଡ ଘଟିଥିବା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ହିଂସାକାଣ୍ଡରେ ଆହୁରି ଅଧିକ ଆହତଙ୍କ ସୂଚନା ମିଳିପାରେ। ଗୁଳି ବିନିମୟ ଶେଷ ହେବା ପରେ ହିଁ ପ୍ରକୃତ ଆକଳନ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି।

 

Share