Categories: ଜାତୀୟ

ମଣିପୁର ହିଂସା ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ, ସୋଲିସିଟର ଜେନେରାଲଙ୍କୁ ଜବାବ ତଲବ…

ନୂଆଦିଲ୍ଲୀ,୨୧।୮ : ଅବସରପ୍ରାପ୍ତ ଜଷ୍ଟିସ ଗୀତା ମିତ୍ତଲ ମଣିପୁର ହିଂସା ସମ୍ପର୍କରେ ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଗୀତା ମିତ୍ତଲଙ୍କ କମିଟି ମଣିପୁର ହିଂସା ସମ୍ପର୍କରେ ତିନୋଟି ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟଗୁଡିକ ଉପରେ କୋର୍ଟ ବର୍ତ୍ତମାନ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କଠାରୁ ଜବାବ ମାଗିଛନ୍ତି।

ମଣିପୁର ହିଂସା ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହି ଆବେଦନଗୁଡ଼ିକର ଶୁଣାଣି ବେଳେ ସୁପ୍ରିମକୋର୍ଟ ହାଇକୋର୍ଟର ତିନିଜଣ ପୂର୍ବତନ ମହିଳା ବିଚାରପତିଙ୍କ ଏକ କମିଟି ଗଠନ କରିଥିଲେ। ଏହି କମିଟିକୁ ମଣିପୁରରେ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟକ୍ରମର ତଦାରଖ କରିବାର ଦାୟିତ୍ୱ ଦିଆଯାଇଥିଲା।

ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୀତା ମିତ୍ତଲଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଥିଲା। ଏହା ସହିତ ଜଷ୍ଟିସ (ଅବସରପ୍ରାପ୍ତ) ପି ଯୋଶୀ ଏବଂ ଜଷ୍ଟିସ (ଅବସରପ୍ରାପ୍ତ) ଆଶା ମେନନ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ।

Share