Categories: ଜାତୀୟ

ମଣିପୁର ହିଂସା: ସରକାରୀ କ୍ୱାର୍ଟର୍ସରୁ ଘୋଷାଡି ଆଣି ଆୟକର ବିଭାଗ ଅଫିସରଙ୍କୁ ହତ୍ୟା

ଇମ୍ଫାଲ,୬।୫: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି। ଏହି ଘଟଣା ବିଷୟରେ ଭାରତୀୟ ରାଜସ୍ବ ସେବା ସଂଘ(ଆଇଆର୍‌ଏସ୍‌) ଟୁଇଟ୍‌ କରିି ସୂଚନା ଦେଇଛି। ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଏହି ଅଧିକାରୀ ଜଣକ ଇମ୍ଫାଲରେ ଟ୍ୟାକ୍ସ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟରତ ଲେମନଥାଙ୍ଗ ହାଓକିପ ବୋଲି ଜଣାପଡିଛି।
ସଂଘ ଆହୁରି କହିଛି, ହିଂସାକାଣ୍ଡ ସମୟରେ ଲେମନଥାଙ୍ଗକୁ ତାଙ୍କ ବାସଭବନରୁ ଘୋଷାଡି ଆଣି ଦଙ୍ଗାକାରୀମାନେ ପିଟି ପିଟି ମାରି ଦେଇଛନ୍ତି।

Share