Categories: ଜାତୀୟ

ସାମନାରେ ଭାଜପାକୁ ଟାର୍ଗେଟ, ଶିବସେନା କହିଲା ଏବେ କଶ୍ମୀର ଫାଇଲ୍ସ ଭଳି ଭାଜପା ଦେଖିବ ମଣିପୁର ଫାଇଲ୍ସ

ମୁମ୍ବାଇ,୨୨।୭: ମଣିପୁର ହିଂସାକୁ ନେଇ ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ମଣିପୁର ଘଟଣାକୁ ନେଇ ମୋଦି ଚୁପ ରହିଥିବା ବେଳେ ସାମନାରେ ପ୍ରଶ୍ନ କରାଯାଇଛି ଯେ ମୋଦି ବୋଧହୁଏ ଚାହୁଁଛନ୍ତି ‘ଦ କଶ୍ମୀର ଫାଇଲ୍ସ’ ଭଳି ସେ ‘ମଣିପୁର ଫାଇଲ୍ସ’ ଦେଖିବେ। କେବଳ ଏତିକି ନୁହେଁ ସାମନାରେ ମୋଦିଙ୍କୁ ନେଇ ଲେଖାଯାଇଛି କି ମଣିପୁରର ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓକୁ ନେଇ ମୋଦି ଯାହା ବି କିଛି କହିଛନ୍ତି ଏହା ମୂଳ ପ୍ରସଙ୍ଗକୁ ବଦଳାଇବାକୁ ଯାଉଛି।

ସାମାନାରେ ଆହୁରି ମଧ୍ୟ ଲେଖାଅଛି, ଅତୀତରେ ତାସକେଣ୍ଟ ଫାଇଲ, କେରଳରେ ମହିଳାଙ୍କ ଧର୍ମ ପରିବର୍ତ୍ତନ, ଆଇଏସଆଇଏସ ନାମକ ଆତଙ୍କବାଦୀ ସଂଗଠନ ସହ ସେମାନଙ୍କର ସମ୍ପର୍କକୁ ନେଇ କେରଳ ଷ୍ଟୋରୀ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଏକ ଏଜେଣ୍ଡା ଭାବରେ ପ୍ରସ୍ତୁତ କରାଯାଇଥିଲା। ଏହି ଗୋଷ୍ଠୀ ବର୍ତ୍ତମାନ ମଣିପୁରରେ ହୋଇଥିବା ହିଂସା ଉପରେ ଏକ ଚଳଚ୍ଚିତ୍ର ‘ମଣିପୁର ଫାଇଲ୍ସ’ ନିର୍ମାଣ କରିଛି। କେରଳ କାହାଣୀର ଏକ ‘ପବ୍ଲିକ ଶୋ’ ରଖିଥିବା ଭାଜପା ମଣିପୁର ଫାଇଲ୍ସ ଗୁଡ଼ିକର ସମାନ ସାର୍ବଜନୀନ ପ୍ରଦର୍ଶନ କରିବାକୁ ସାହସ କରିବ କି ବୋଲି ସମାନାରେ ପ୍ରଶ୍ନ କରାଯାଇଛି। ପ୍ରଧାନମନ୍ତ୍ରୀ ଫିଲ୍ମ ‘ମଣିପୁର ଫାଇଲ୍ସ’ ଦେଖିବା ପାଇଁ ସାହସ ଦେଖାଇ ପାରିବେ ବୋଲି ମଧ୍ୟ ପ୍ରଶ୍ନ କରିଛି ସାମନା।

Share