Categories: ଜାତୀୟ

ମଣିପୁର ହିଂସା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଚିକିତ୍ସା ସମୟରେ ଆହତଙ୍କ ମୃତ୍ୟୁ

ଇମ୍ଫାଲ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଘଟିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସା ସମୟରେ ୩୭ ବର୍ଷ ବୟସ୍କା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳୁ ପେଲଲ ସହରରେ ଆସାମ ରାଇଫଲ୍ସର ଯବାନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଗୁଳି ବିନିମୟରେ ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଗୁଳି ବାଜିଥିଲା, ପରେ ତାଙ୍କୁ ଇମ୍ଫାଲର ଆଞ୍ଚଳିକ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ଚିକିତ୍ସା ସମୟରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

Share